naisadi Logo
କିଛି ପକ୍ଷୀଙ୍କୁ ଦେବାଦେବୀଙ୍କ ବାହନ ଭାବେ ମାନନ୍ତି । ଧର୍ମାନୁସାରେ, ସେମାନଙ୍କୁ ପୂଜନୀୟ ଭାବେ ବିବେଚନା କରାଯାଏ । ସନାତନ ଧର୍ମରେ ଶୁଭ-ଅଶୁଭକୁ ନେଇ ଅନେକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମାନୁସାରେ, ଅନେକ ପକ୍ଷୀଙ୍କୁ ଦେବାଦେବୀଙ୍କ ବାହନ ଭାବେ ଲୋକମାନେ ସେମାନଙ୍କୁ ମାନନ୍ତି ।

କିଛି ପକ୍ଷୀଙ୍କୁ ଦେବାଦେବୀଙ୍କ ବାହନ ଭାବେ ମାନନ୍ତି । ଧର୍ମାନୁସାରେ, ସେମାନଙ୍କୁ ପୂଜନୀୟ ଭାବେ ବିବେଚନା କରାଯାଏ । ସନାତନ ଧର୍ମରେ ଶୁଭ-ଅଶୁଭକୁ ନେଇ ଅନେକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମାନୁସାରେ, ଅନେକ ପକ୍ଷୀଙ୍କୁ ଦେବାଦେବୀଙ୍କ ବାହନ ଭାବେ ଲୋକମାନେ ସେମାନଙ୍କୁ ମାନନ୍ତି । ଆମେ ଏଠାରେ ଏମିତି କିଛି ପକ୍ଷୀଙ୍କ ବିଷୟରେ କହିବୁ ଯାହା ଶୁଭ ସଂକେତ ପ୍ରଦାନ କରିଥାଏ । ଯାହାକୁ ଦେଖିଲେ ଜୀବନରେ ଧନ ଲାଭ ହୋଇଥାଏ ।

ନୀଳକଣ୍ଠ ପକ୍ଷୀ: ସନାତନ ଧର୍ମରେ ନୀଳକଣ୍ଠ ପକ୍ଷୀ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଯଦି ଦଶହରା ଦିନ କେହି ଏହି ପକ୍ଷୀକୁ ଦେଖନ୍ତି, ତେବେ ତାଙ୍କ ଭାଗ୍ୟ ଖୋଲିଯିବ । ଯଦି ନୀଳକଣ୍ଠ ପକ୍ଷୀ ଘରର ଛାତ, ବାଲକୋନି କିମ୍ବା ଘରର କୌଣସି ସ୍ଥାନରେ ଦେଖନ୍ତି, ତା'ହେଲେ ଏହାର ଅର୍ଥ କିଛି ଶୁଭ ହେବାକୁ ଯାଉଛି ।

ପେଚା:
ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ପେଚା ମା' ଲକ୍ଷ୍ମୀଙ୍କ ବାହନ| ପେଚା ରାତିରେ ଜାଗ୍ରତ ରହିଥାଏ | ଯଦି ଦିନ କିମ୍ବା ରାତିରେ ପେଚା ଦେଖୁଛନ୍ତି, ତା'ହେଲେ ଆପଣ ଭାଗ୍ୟବାନ । ଏହାର ଅର୍ଥ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଯଦି ଏପରି ଘଟେ, ତା'ହେଲେ ଜୀବନରେ ଅପାର ଧନ, ସୁଖ ଏବଂ ସମୃଦ୍ଧତା ମିଳିବ ।

ଶୁଆ:
ଶୁଆ ଧନର ଦେବୀ ମା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ ସହ ଜଡିତ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଏହି ସବୁଜ ରଙ୍ଗର ପକ୍ଷୀ ଶୁଭ ବୋଲି ବିବେଚନା କରାଯାଏ । ଘରେ ଶୁଆର ଯାଆସ ଏକ ଭଲ ସଙ୍କେତ ଦେଇଥାଏ | ଯଦି ଆପଣ ଘରେ ଶୁଆକୁ ଦେଖୁଛନ୍ତି, ତା'ହେଲେ ଆପଣଙ୍କ ଜୀବନରେ ଆର୍ଥିକ ସମୃଦ୍ଧିର ଆସିପାରେ ।

5379487